Subarna Dwipara Kalinga Raja - Tapa blanda

Jena, Indramani

 
9781645607779: Subarna Dwipara Kalinga Raja

Sinopsis

ଏହି ପୁସ୍ତକଟି ପାଠକଙ୍କୁ ନେଇଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ସହିତ ରାଜଧାନୀ କଟକର ବାରବାଟୀରୁ ତଦାନୀନ୍ତନ ଗମନାଗମନ ରାସ୍ତାର ଗଡ଼ଗୁଡିକରେ ରାତ୍ରିଯାପନ କରି ଗଜପତି ଜୀବନର ସମସ୍ତ ସାଫଲ୍ୟ କାହାଣୀ ଅବଗତ କରାଇ ପୁଣ୍ୟତୋୟା କୃଷ୍ଣାନଦୀ ତଟ ବିଜୟବାହୁଡା ଓଡ଼ିଆ ଗଡ଼କୁ । ଦିନେ ଯେ ସିଂହାସନରୁ ଅବତରଣ କରି ଗଜପତି ଛଅଜଣ ମହାପାତ୍ରଙ୍କ ସହିତ ବିଜୟବାହୁଡ଼ା ଗସ୍ତକରିବେ ଏବଂ ଅନ୍ତିମ ଶଯ୍ୟାରେ ନିଜର ସମସ୍ତ ଅଳଙ୍କାର ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିବେ ଏହା ବିଧିର ବିଧାନ ଥିଲା । ଏହା ସହିତ ଅନ୍ତର୍ନିହିତ ଥିଲା ଗଜପତି ପରିବାର ପାଇଁ ଦାୟାଦ ଚୟନରେ ଜଗନ୍ନାଥଙ୍କର ସ୍ୱପ୍ନାଦେଶର ଫଳାଫଳ ।

"Sinopsis" puede pertenecer a otra edición de este libro.

Acerca del autor

ଲେଖକ ଡାକ୍ତର ଇନ୍ଦ୍ରମଣି ଜେନା ଜଣେ ଲବ୍ଧପ୍ରତିଷ୍ଠ ଚିକିତ୍ସକ ଏବଂ ନିଜ ଅଭିଜ୍ଞତା ବଳରେ ଆଶାତୀତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ମାତୃଭାଷା ଏବଂ ଓଡ଼ିଆ ସଂସ୍କୃତି ପ୍ରତି ଅହେତୁକ ଆକର୍ଷଣ ରହିଛି, ତାହା ବଳରେ ନିଜର ବୃତ୍ତିଗତ ସ୍ୱାସ୍ଥ୍ୟଶିକ୍ଷାର ପ୍ରସାର ତାଙ୍କର ଏକ ପ୍ରବୃତ୍ତି ହୋଇଛି । 'ଓଡ଼ିଶାରେ ସ୍ୱାସ୍ଥ୍ୟ', 'ରକ୍ତଚାପ', 'ମଧୁମେହ ଉପଚାର', 'ସାପକାମୁଡା ଚିକିତ୍ସା' ପରି ଅନେକ ସାଧାରଣ ଲୋକମାନଙ୍କର ସ୍ୱାସ୍ଥ୍ୟଶିକ୍ଷା ପୁସ୍ତକ ରଚନା କରିଛନ୍ତି । ଗାଁଗଣ୍ଡାର ଜୀବନ ସହିତ ସାଧାରଣ ଓଡ଼ିଆ ଚଳଣି, ଭାଷା ଓ ସଂସ୍କୃତି ବିଷୟରେ ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ପାଖରୁ କାହାଣୀ ଶୁଣିବାରେ ବହୁତ ଆଗ୍ରହୀ । ଓଡ଼ିଶାରେ ଇତିହାସ ପୃଷ୍ଠାରେ ବୀରତ୍ୱର ପରାକାଷ୍ଠା ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ ତାଙ୍କର ମୁଖ୍ୟ ଆକର୍ଷଣ । ସେ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହକରି ରଚନା କରିଛନ୍ତି ମହାମେଘବାହନ ଖାରବେଳଙ୍କ କଳିଙ୍ଗ କାହାଣୀ 'ନିଶାର୍ଦ୍ଧ ଶାଳଭଞ୍ଜିକା' । ଏହାର ଇଂରାଜୀ ଅନ୍ତର୍ଜାତୀୟ ସଂସ୍କରଣ 'ଶାଳଭଞ୍ଜିକା', 'ଦିଗ୍]ବିଜୟୀ ଗଜପତି' ବ୍ଲାକ୍ ଈଗଲ୍ ବୁକ୍]ସ, ଡବ୍]ଲିନ୍ ଦ୍ୱାରା ପ୍ରକାଶିତ । ଓଡ଼ିଆ ସାମାଜିକ, ସାଂସ୍କୃତିକ ଏବଂ ଐତିହାସିକ ମୂଲ୍ୟବୋଧ ନେଇ ମଧ୍ୟ ସେ ଅନେକଗୁଡ଼ିଏ ଗଳ୍ପ ଏବଂ ପ୍ରବନ୍ଧ ରଚନା କରିଛନ୍ତି । ସେଗୁଡ଼ିକ ମଧ୍ୟରୁ 'ଏଇ ମାଟିର କାହାଣୀ', 'ଫକ୍କଡ' ପୁସ୍ତକଗୁଡ଼ିକ ଉଲ୍ଲେଖଯୋଗ୍ୟ । ୧୯୪୮ ମସିହାରେ ଜନ୍ମ ଡାକ୍ତର ଜେନା ଏବେ ବି ସମାଜ, ସଂସ୍କୃତି ଓ ଐତିହ୍ୟ ବିଷୟରେ ଅନୁସନ୍ଧାନରତ । ବାସ୍ତବିକ ଓ ଜୀବନଧର୍ମୀ ଗପଟିଏ ସମାଜକୁ ଉପହାର ଦେବାକୁ ସେ ସୁଯୋଗ ଖୋଜୁଥାନ୍ତି । ବିଗତ ଦଶବର୍ଷ ମଧ୍ୟରେ ତାଙ୍କ ଉଦ୍ୟମରେ ସଂକଳିତ 'ବିଜୟିନୀ' ବାର୍ଷିକ ପତ୍ରିକାଟି ଏହାର ଉଦାହରଣ ।

"Sobre este título" puede pertenecer a otra edición de este libro.